ଜଗନ୍ନାଥ ପ୍ରସାଦ (ନୂଆ ସକାଳ)ଜଗନ୍ନାଥ ପ୍ରସାଦ ବ୍ଲକ୍ ଅନ୍ତର୍ଗତ ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଶ୍ରୀଯୁକ୍ତ କାଳୀଚରଣ ମହାପାତ୍ର ଙ୍କ ପୌରୋହିତ୍ୟ ରେ ଏକ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ଲିଟ୍ରେସି କ୍ଲବ୍ ର ସଂଯୋଜକ ଅଧ୍ୟାପକ ମାଧବ ଦଳାଇ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଆଭିମୁଖ୍ୟ ବର୍ଣ୍ଣନା କରି କହିଥିଲେ ଯେ ବର୍ତ୍ତମାନ ଏସ୍ ଆର୍ ଆଇ କାର୍ଯ୍ୟ କ୍ରମ ମାଧ୍ୟମରେ ନୂତନ ଭୋଟର ତାଲିକା ପ୍ରକାଶିତ ହୋଇଯାଇଅଛି। ତେଣୁ ଏଥିରେ ବାଦ ପଡିଥିବା ଯୋଗ୍ୟ ଭୋଟରଙ୍କୁ କିଭଳି ଯୋଡାଯାଇପାରିବ ସେ ସଂପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ସରକାର ଙ୍କ ନିର୍ଦ୍ଦେଶ ପ୍ରକାରେ ଯେପରି ଜଣେ ବି ଯୋଗ୍ୟ ଭୋଟର ବାଦ ନ ପଡେ ସେଭଳି ଆମେ କାର୍ଯ୍ୟ କରିବାକୁ ପଡିବ। ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ନିଜର ଗ୍ରାମ ରେ ଏ ବିଷୟରେ ସମସ୍ତଙ୍କୁ ସଚେତନ କରାଇବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ସ୍ଳୋଗାନ,ସ୍କିଟ୍ ଓ ରିଲ୍ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟାପକ ବସନ୍ତ କୁମାର ଶତପଥୀ, ସୁଧିର କୁମାର ପଟ୍ଟନାୟକ ଏବଂ କ୍ୟାପଟେନ୍ ଦୀପକ୍ କୁମାର ନାୟକ ସହଯୋଗ କରିଥିଲେ। ଶେଷରେ ଲିଟ୍ରେସି କ୍ଲବ୍ ର ସହ-ସଂଯୋଜିକା ଅଧ୍ୟାପିକା ଅର୍ଚ୍ଚନା ପ୍ରିୟଦର୍ଶିନୀ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
Thanks for reading: ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ , Sorry, my English is bad:)

