ଜଗନ୍ନାଥ ପ୍ରସାଦ (ନୁଆ ସକାଳ)ରାଜ୍ୟ ସରକାର ଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ପତ୍ର ସଂଖ୍ୟା ୩୯୦୭୭ ତା.୧୭-୭-୨୬ ରିଖ ପ୍ରକାରେ ପ୍ରାଧ୍ୟାପକ ଶ୍ରୀଯୁକ୍ତ କାଳୀଚରଣ ମହାପାତ୍ର ତା ୨୦-୭-୨୬ ରିଖ ଦିନ ଜଗନ୍ନାଥ ପ୍ରସାଦ ବ୍ଲକ୍ ଅନ୍ତର୍ଗତ ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟ ରେ ନୂତନ ଅଧ୍ୟକ୍ଷ ଭାବରେ ଯୋଗଦାନ କରିଛନ୍ତି। ପ୍ରଥମେ ଶ୍ରୀଯୁକ୍ତ ମହାପାତ୍ର ମହାବିଦ୍ୟାଳୟ ପରିଚାଳନା ସଭାପତି ତଥା ଉପ -ଜିଲ୍ଲାପାଳ, ଶ୍ରୀଯୁକ୍ତ ଉମାଶଙ୍କର ବେହେରା ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ନିଜର ଜ ଇନିଙ୍ଗ୍ ଲେଟର ପ୍ରଦାନ କରିଥିଲେ। ତାପରେ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ପ୍ରାଧ୍ୟାପକ ଶ୍ରୀଯୁକ୍ତ ମୋଚିରାମ ନାହାକ ଙ୍କ ଠାରୁ ଦାୟିତ୍ବ ଗ୍ରହଣ କରି ଅଧ୍ୟକ୍ଷ ଆସନ ଅଳଙ୍କୃତ କରିଥିଲେ। ଇତ୍ୟବସରରେ ନୂତନ ଅଧ୍ୟକ୍ଷ ଙ୍କ ନିମନ୍ତେ ମହାବିଦ୍ୟାଳୟ ର କର୍ମଚାରୀ ସଂଘ ତରଫରୁ ଏକ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେଇଥିଲା। କର୍ମଚାରୀ ସଂଘ ର ସଂପାଦକ ଅଧ୍ୟାପକ ପଞ୍ଚାନନ ପରିଡା କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଆଭିମୁଖ୍ୟ ବର୍ଣ୍ଣନା କରିଥିବାବେଳେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ବୃନ୍ଦ ଙ୍କ ସହିତ ନୂତନ ଅଧ୍ୟକ୍ଷ ଙ୍କ ର ଏକ ଭାବ ବିନିମୟ କାର୍ଯ୍ୟକ୍ରମ ହୋଇଥିଲା। କର୍ମଚାରୀ ସଂଘ ତରଫରୁ ପୂର୍ବତନ ଅଧ୍ୟକ୍ଷ ନୂତନ ଅଧ୍ୟକ୍ଷ ଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ। ଶେଷରେ ଅଧ୍ୟାପକ ବସନ୍ତ କୁମାର ଶତପଥୀ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରକାଶ ଥାଉକି ଶ୍ରୀଯୁକ୍ତ ମହାପାତ୍ର ଦୀର୍ଘ ୩୦ ବର୍ଷ ଧରି ଅଧ୍ୟାପନା ବୃତ୍ତି ରେ ମିଳିତ ପଞ୍ଚାୟତ କନିଷ୍ଠ ମହାବିଦ୍ୟାଳୟ,ରୂପ୍ରା,କଳାହାଣ୍ଡି ଠାରେ ଅବସ୍ଥିତ ଥିଲେ। ନୂତନ ଅଧ୍ୟକ୍ଷ ନିଜର ଅଭିଭାଷଣ ରେ କହିଥିଲେ ଯେ, ସମସ୍ତଙ୍କର ସହଯୋଗ ରେ ହିଁ ମହାବିଦ୍ୟାଳୟ ର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ। ତେଣୁ ଆମେ ସମସ୍ତେ ମିଳିମିଶି ମହାବିଦ୍ୟାଳୟ ର ଉନ୍ନତି ପାଇଁ କାର୍ଯ୍ୟ କରିବା।ନୂତନ ଅଧ୍ୟକ୍ଷ ଙ୍କ ଯୋଗଦାନ ଫଳରେ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ଅଞ୍ଚଳବାସୀ ଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି।
Thanks for reading: ବିଡିପୁର କଲେଜ ରେ ନୂତନ ଅଧ୍ୟକ୍ଷଙ୍କ ଯୋଗଦାନ , Sorry, my English is bad:)

