ବିଡିପୁର କଲେଜରେ ପ୍ରବେଶ ଉତ୍ସବ ଅନୁଷ୍ଠିତ


ବି ଡି ପୁର (ନୁଆ ସକାଳ)ପ୍ରସାଦ ବ୍ଲକ୍ ଅନ୍ତର୍ଗତ ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟ ପରିସରରେ +୨ ପ୍ରଥମ ବର୍ଷ କଳା ଓ ବିଜ୍ଞାନ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଏକ ପ୍ରବେଶ ଉତ୍ସବ କାର୍ଯ୍ୟ କ୍ରମ ତା:୨୮-୦୭-୨୬ ରିଖ ଦିନ ଅଧ୍ୟକ୍ଷ ଶ୍ରୀଯୁକ୍ତ କାଳୀଚରଣ ମହାପାତ୍ର ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ବସନ୍ତ କୁମାର ଶତପଥୀ ସ୍ବାଗତ ଭାଷଣ ସହିତ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ ।ମହାବିଦ୍ୟାଳୟ ର ଶୈକ୍ଷିକ ଅଧିକାରୀ ଡ଼ଃ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଛାତ୍ରଛାତ୍ରୀ ମାନଙ୍କୁ ଟାଇମ୍ ଟେବୁଲ୍ ସଂପର୍କରେ ବର୍ଣ୍ଣନା କରିଥିବାବେଳେ ଅଧ୍ୟାପକ ଅଲେଖ ଚନ୍ଦ୍ର ଘଡାଇ ଲାଇବ୍ରେରୀ ସଂପର୍କରେ ଅଧ୍ୟାପକ ମାଧବ ଦଳାଇ କଲେଜର ଇତିହାସ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ସେହିପରି ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ରବିନ୍ଦ୍ର ନାଥ ଦାସ କଲେଜ ର ନୀତି , ନିୟମ ଓ ଶୃଙ୍ଖଳା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ।ରସାୟନ ବିଭାଗ ମୁଖ୍ୟ ତଥା ପୂର୍ବତନ ଅଧ୍ୟକ୍ଷ ପ୍ରାଧ୍ୟାପକ ମୋଚିରାମ ନାହାକ ଶୃଙ୍ଖଳିତ ହେବାପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଦିଗ୍ ଦର୍ଶନ ଦେଇଥିଲେ । ସେହିପରି ଅଧ୍ୟାପକ ପଞ୍ଚାନନ ପରିଡା ବିଷୟ ପରିବର୍ତ୍ତନ ସଂପର୍କରେ, ଅଧ୍ୟାପିକା ଅର୍ଚ୍ଚନା ପ୍ରିୟଦର୍ଶିନୀ ଛାତ୍ରୀ ଆତ୍ମା ସୁରକ୍ଷା ବିଷୟରେ, ଅଧ୍ୟାପକ ପବିତ୍ର ସ୍ବାଇଁ ସରକାର ଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ଛାତ୍ରବୃତ୍ତି ସଂପର୍କରେ, ଏବଂ ଅଧ୍ୟାପକ ସୁଧିର କୁମାର ପଟ୍ଟନାୟକ ଡିଜିଟାଲ,ଆଇ ଟି, ଓ ଅନ୍ ଲାଇନ୍ କ୍ଳାସ୍ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଇତ୍ୟବସରରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଙ୍କ ସହିତ ଛାତ୍ରଛାତ୍ରୀ ମାନଙ୍କର ଏକ ପରିଚୟ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ସଭାପତି ତଥା ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ମହାପାତ୍ର କିଭଳି ମଣିଷଭଳି ମଣିଷଟିଏ ହେବ ସେ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ନିଜର ଅଭିଭାଷଣ ମାଧ୍ୟମରେ ବର୍ଣ୍ଣନା କରିଥିଲେ। ଶେଷରେ ଅଧ୍ୟାପକ ଡ଼ଃ ଭଞ କିଶୋର ରଣା ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଏବଂ ଶହେ ପଚାଶରୁ ଉର୍ଦ୍ଧ୍ବ ପ୍ରଥମ ବର୍ଷ ର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Thanks for reading: ବିଡିପୁର କଲେଜରେ ପ୍ରବେଶ ଉତ୍ସବ ଅନୁଷ୍ଠିତ , Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.