ସାନ୍ତାକ୍ଲାରା: ଚଳିତ ବିଶ୍ବକପ୍ରେ ଶୁକ୍ରବାର ପାରାଗୁଏ-ଅଷ୍ଟ୍ରେଲିଆ ମ୍ୟାଚ୍ ଗୋଲ୍ଶୂନ୍ୟରେ ଶେଷ ହୋଇଛି। ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟରେ ସନ୍ତୁଷ୍ଟ ରହିଛନ୍ତି। କିନ୍ତୁ ଏହି ଅମୀମାଂସିତ ମ୍ୟାଚ୍ ସହ ଅଷ୍ଟ୍ରେଲିଆ ରାଉଣ୍ଡ-୩୨ରେ ପ୍ରବେଶ କରିଛି। ଏହି ଦଳ ୩ ମ୍ୟାଚ୍ରୁ ଗୋଟିଏ ଲେଖାଏଁ ବିଜୟ, ପରାଜୟ ଓ ଅମୀମାଂସିତରୁ ୪ ପଏଣ୍ଟ ପାଇ ଗୋଲ୍ ବ୍ୟବଧାନରେ ପାରାଗୁଏଠୁ ଆଗରେ ରହି ଦ୍ବିତୀୟ ସ୍ଥାନ ସହ ନକ୍ଆଉଟ୍ ପର୍ଯ୍ୟାୟରେ ପ୍ରବେଶ କରିଛି।
ଅଷ୍ଟ୍ରେଲିଆର ତୃତୀୟ ନକ୍ଆଉଟ୍ ପ୍ରବେଶ
ଅଷ୍ଟ୍ରେଲିଆର ଏହା ତୃତୀୟ ନକ୍ଆଉଟ୍ ପ୍ରବେଶ। ପୂର୍ବରୁ ୨୦୦୬ ଓ ୨୦୨୨ରେ ନକ୍ଆଉଟ୍ରେ ପହଞ୍ଚିଥିଲା। ହେଲେ ଉଭୟ ଥର ରାଉଣ୍ଡ-୧୬ରୁ ବିଦାୟ ନେଇଥିଲା। ଅନ୍ୟପକ୍ଷରେ ପାରାଗୁଏ ସମାନ ପଏଣ୍ଟ୍ ପାଇଥିଲେ ମଧ୍ୟ ଗୋଲ୍ ବ୍ୟବଧାନରେ ପଛରେ ପଡ଼ି ତୃତୀୟ ସ୍ଥାନରେ ରହିବାରୁ ଏହାର ନକ୍ଆଉଟ୍ ଅୖାଶା ଝୁଲି ରହିଛି। ଶ୍ରେଷ୍ଠ ତୃତୀୟ ଦଳ ଭାବେ ନକ୍ଆଉଟ୍ରେ ପ୍ରବେଶ ପାଇଁ ଏହି ଦଳ ଶେଷ ଗ୍ରୁପ୍ ମ୍ୟାଚ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।
Thanks for reading: Australia: ଆଗେଇଲା ଅଷ୍ଟ୍ରେଲିଆ: ପାରାଗୁଏର ନକ୍ଆଉଟ୍ ଆଶା ଝୁଲିଲା, Sorry, my English is bad:)

